ଗଞ୍ଜାମ (ଏଟିଆର ବ୍ୟୁରୋ); ଭିଜିଲାନ୍ସ ଜାଲରେ ସରପଞ୍ଚ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ଜ୍ଝ ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଙ୍କରୋଡ଼ା ସରପଞ୍ଚ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରପଞ୍ଚ ଉସାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ତାଙ୍କର ବାସଭବନ ଓ କାର୍ଯ୍ୟାଳୟରେ ଖୋଳତାଡ଼ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ପଞ୍ଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
ବିଭିନ୍ନ ସମୟରେ ଦୁର୍ନୀତି କରୁଥିବାର ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା । ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ଯେ ଉଷାନ୍ତଙ୍କ ନାମରେ ଆୟ ବହିର୍ଭୁତ ଠୁଳର ଅଭିଯୋଗ ଆସିଥିଲା। ତେବେ ବର୍ତ୍ତମାନ ରେଡ ଚାଲିଥିବାରୁ କେତେ ଟଙ୍କା ଜବତ ହୋଇଛି ଯାହା ଆକଳନ କରାଯାଇନାହିଁ । ତେବେ ବିଭିନ୍ନ ସମୟରେ ଦୁର୍ନୀତି କରୁଥିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିଥିଲା ।