ବାଙ୍ଗିରିପୋଷି (ଏଟିଆର ବ୍ୟୁରୋ); ମହିଳାଙ୍କୁ ଦେଖା କରିବା ପାଇଁ ଆସି ଛେଚା ଖାଇଲେ ଦୁଇ ଯୁବକ । ବାରିଙ୍ଗିପୋଷି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁଲୋକ ସେମାନଙ୍କୁ ପ୍ରଥମେ ପିଲାଚୋର ଭାବି ମାଡ ମାରିଥିଲେ । ପରେ ଜଣା ପଡିଥିଲା କି ଗାଁର ଜଣେ ମହିଳା ସେମାନଙ୍କୁ ଡକାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।
ମିଳିଥିବା ସୂଚନା ମୁତାବକ ମାଡ ଖାଇଥିବା ଯୁବକଦ୍ୱୟଙ୍କ ଘର ବାରିପଦା ଅଞ୍ଚଳରେ । ଉଭୟ ହିସାବରେ ଦାଦା ପୁତୁରା ହେବେ । ଉଭୟ ଗାଁର ଏକ ନଳକୂପରୁ ପାଣି ପିଉଥିବା ବେଳେ ଲୋକମାନେ ସେମାନଙ୍କୁ ଅଚିହ୍ନା ଭାବି ପଚାରିଥିଲେ । କିନ୍ତୁ ସେମାନେ ସନ୍ତୋଷଜନକ ଉତ୍ତର ନଦୋରୁ ଗାଁଲୋକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ପରେ ସେମାନେ କହିଥିଲେ କି ମହିଳା ଡକାଇଥିବାରୁ ଉଭୟ ଗାଁକୁ ଆସିଥିଲେ ।
ଏହି ଘଟଣାକୁ ନେଇ ଗାଁରେ ଉତ୍ତଜନା ଲାଗି ରହିଥିଲା । ଦୀର୍ଘ ୧୮ ଘଣ୍ଟା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗିବା ପରେ ସମାଧାନ ହୋଇଥିଲା । ତେବେ ଏତେ ବଡ ଘଟଣା ହୋଇଥିଲେ ସୁଦ୍ଧା ପୋଲିସ ହସ୍ତକ୍ଷେପ କରିନାହିଁ । ସୂଚନାଯୋଗ୍ୟ ଗତବର୍ଷ ଏହି ଥାନା ଅଞ୍ଚଳରେ ପିଲାଚୋର ସନ୍ଦେହରେ ଜଣଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିଲେ। ଉକ୍ତ ଘଟଣାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।