ନୂଆପଡା (ଏଟିଆର ବ୍ୟୁରୋ); ସମ୍ପର୍କ ଦେଖିଲାନି ସ୍ୱାମୀ । ସାତଜନମ ପାଇଁ ସାଥୀ ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଦଶାଦୋଷ କ୍ଷମା କରିବା ପାଇଁ ଶପଥ ନେଇଥିଲେ । କିନ୍ତୁ ଅଧା ବାଟରେ ହାତ ଛାଡିଦେଲା ସ୍ୱାମୀ । ନୃଂଶସ ଭଳି ସ୍ତ୍ରୀକୁ ମାରିଲା ସ୍ୱାମୀ । ନୂଆପଡା ଜିଲ୍ଲା ବେଲଟୁକୁରି ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଲେ ଯଶୋଦା ସାହୁ । ଅଭିଯୁକ୍ତ ସ୍ୱାମୀ ରାଜୁ ସାହୁକୁ ଗିରଫ କରିଛି ପୋଲିସ । ଆଜି ରାଜୁକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ,ଗତକାଲି ଅପରାହ୍ନରେ ରାଜୁ ଏବଂ ଯଶୋଦାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡା ଧିରେ ଧିରେ ଉଗ୍ରରୂପ ନେଇଥିଲା । ଶେଷରେ ଉତକ୍ଷିତ ରାଜୁଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଯଶୋଦାଙ୍କ ମୁଣ୍ଡକୁ ଘରେ ଥିବା ଏକ ଶିଳପୁଆରେ ଛେଚି ପକାଇଥିଲେ ।
ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ଶେଷରେ କାଠ ଫାଳିଆରେ ବାଢ଼େଇ ବାଢ଼େଇ ମାରି ଦେଇଥିଲା । ଗାଁଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତକୁ ଗତକାଲି ଗିରଫ କରିଥିଲା ପୋଲିସ । ଆଜି ରାଜୁକୁ କୋର୍ଟ ଚାଲାଣ କରାଯିବ ବୋଲି ଶୁଣିବାକୁ ମିଳିଛି ।