କଟକ (ଏଟିଆର ବ୍ୟୁରୋ); ଦେଢଶୁର ଭାଇ ବୋହୂଙ୍କୁ ଛୁଇଁବା କଥା ନୁହେଁ । କିନ୍ତୁ ଏଭଳି ଜଣେ କଣ୍ଡୁଆ ଦେଢ଼ଶୁର ଯିଏକି ନିଜ ଭାଇବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛି । କଟକ ଜିଲ୍ଲା ନିଆଳି ଥାନା ପାହାଙ୍ଗା ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଭିଯୁକ୍ତ ଦେଢ଼ଶୁର ଗଣେଶ୍ୱର ବାରିକ ଫେରାର ହୋଇ ଯାଇଛି । କଟକ ବଡ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି କାଦମ୍ବିନୀ ବାରିକ । ପୋଲିସ ଖବର ପାିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପାହାଙ୍ଗା ଗାଁର ଗଣେଶ୍ୱର ବାରିକ ଏବଂ ଯୋଗେଶ୍ୱର ବାରିକ ଦୁଇ ଭାଇଙ୍କ ମଧ୍ୟରେ ଜମି ବାଡି ବିବାଦକୁ ନେଇ ଝଗଡା ଲାଗି ରହିଥିଲା । ସବୁବେଳେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଏହି ରାଗରେ ଗଣେଶ୍ୱର ଘରେ ଯୋଗେଶ୍ୱର ନଥିବା ବେଳେ ଭାଇ ବୋହୂକୁ ଏକା ପାଇଁ ଆକ୍ରମଣ କରିଥିଲା ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତି ସଢ଼େ ୧୦ ବେଳେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଗଣେଶ୍ୱର ଭୂଜାଲିରେ କାଦମ୍ପିନୀଙ୍କୁ ଆକ୍ରମଣ କରିଥିଲା । ତାଙ୍କ ବେକ ଏବଂ ମୁହଁକୁ ନୃଂଶସ ଭାବରେ ହାଣି ପକାଇଥିଲା । କାଦମ୍ବିନୀଙ୍କ ପାଟି ଶୁଣି ପଡୋଶୀ ଦୌଡି ଆସିବା ପରେ ତାଙ୍କୁ ଛାଡି ଫେରାର ହୋଇ ଯାଇଥିଲା ଗଣେଶ୍ୱର । ଏହାପରେ ସେମାନେ କାଦମ୍ବିନୀଙ୍କୁ ଉଦ୍ଧାର କରି ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାର ତନାଘନା କରୁଛି ।