ରାଉରକେଲା ( ଏଟିଆର ବ୍ୟୁରୋ): ଦିନ ଦି ପହରରେ ଲୁଟ । ସ୍ମାର୍ଟ ସିଟିରେ ଛିନତାଇ । ମହିଳାଙ୍କୁ ଇଟାରେ ଲୁଟ କଲେ ଲୁଟେରା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଉଦିତନଗର ଓରାମ ପଡାରେ । ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଟାରେ ଜଣେ ମହିଳା ବଜାରକୁ ଯାଉଥିବା ବେଳେ ହୋଇଛନ୍ତି ଲୁଟେରାର ଶୀକାର । ମହିଳା ଜଣଙ୍କ ଯାଉଥିବା ବେଳେ ପ୍ରଥମେ ଲୁଟେରା ଏକ ରଶିରେ ତାଙ୍କ ବେକକୁ ଟାଣି ଦେଇଥିଲେ ।
ଫଳେରେ ମହିଳା ଜଣଙ୍କ ତଳେ ପହି ଯାଇଥିଲେ । ମହିଳା ଜଣଙ୍କ ତଳେ ପଡିଯିବା ପରେ ଏହାର ସୁଯୋଗ ନେଇଥିଲା ଲୁଟେରା । ମହିଳାଙ୍କ ମୁଣ୍ଡକୁ ଏକ ଇଟାରେ ଛେଛି ସେ ପିନ୍ଧିଥିବା ସୁନା ଗହଣାକୁ ତାଙ୍କ ବେକରୁ ଛିଣ୍ଡାଇ ନେଇଥିଲେ । ତା ପରେ ଯୁବକ ଜଣଙ୍କ ସେଠାରୁ ଫେରାର ହୋଇ ଯାଇଥିଲା । ଲୁଟ୍ ର ଶୀକାର ହୋଇଥିବା ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି ।
ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ଉଦ୍ଧାର କରି ଆରଜିଏଚକୁ ନେଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ଲୁଟର ଶୀକାର ହୋଇଥିବା ମହିଳା ଜଣଙ୍କ ନାମ ମାମି ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ସେ ଏବେ ଗୁରୁତର ଥିବା ସୂଚନା ମିଳିଛି ।