କେନ୍ଦୁଝର (ଏଟିଆର ବ୍ୟୁରୋ); ଘରୁ ଡାକି ନେଇ ମହିଳାଙ୍କୁ ହାଣିଦେଲା । ଅତି ନିର୍ମମ ଭାବରେ ବେକ ଏବଂ ପିଠିକୁ ହାଣି ପକାଇଲା । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହାତୀମାରି ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଅଭିଯୁକ୍ତ ଜିତୁ ମଣ୍ଡାକୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଅପରପକ୍ଷରେ ମୃତ ଉପାସି ଗୋପଙ୍କ ଶବକୁ ଉଦ୍ଧାର କରିବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବେଳା ଜିତୁ ଉପାସିଙ୍କୁ ଘରୁ ଟାଣି ଟାଣି ଜଙ୍ଗଲ ଆଡକୁ ଟାଣି ନେଇଥିଲା । ଯାହାକୁ ସ୍ଥାନୀୟ ଲୋକ ଦେଖିଥିବା ମଧ୍ୟ କହିଛନ୍ତି । ତେବେ ସଂନ୍ଧ୍ୟା ବେଳେ ତାଙ୍କର ଉପାସିଙ୍କ ମୃତ ଦେହ ସ୍ଥାନୀୟ ଲୋକ ଜଙ୍ଗଲରେ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତକୁ ଗିରଫ କରିଛି ।
ତେବେ ଅଭିଯୁକ୍ତ କେଉଁ କାରଣରୁ ହତ୍ୟା କରିଛି ତାହା ଜଣା ପଡିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି । ଉପାସିଙ୍କୁ ଜିତୁ ପୁରା ନିର୍ମମ ଭାବରେ ହାଣିଥିବା ଦେଖିବାକୁ ମିଳିଥିଲା । କାରଣ ମୃତ ଦେହରେ ପ୍ରବଳ କ୍ଷତାକ୍ତ ଦେଖିବାକୁ ମିଳିଥିଲା । ସେ ଧାରୁଆ ଅସ୍ତ୍ରରେ ହାଣି ପକାଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ କୌଣସି ରଗ ଶୁଝାଇବାକୁ ଯାଇ ଏଭଳି ନିର୍ମମ ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରୁଛି ପୋଲିସ ।