ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ମହିଳାଙ୍କୁ ହତ୍ୟା ଅଭିଯୋଗ । ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଝିଅ ବାପା । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୃତ ମହିଳା ହେଲେ ପୁଷ୍ପଲତା ଆଚାର୍ଯ୍ୟ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସାଇଣ୍ଟଫିକ ଟିମ ତଦନ୍ତ ଜାରି ରଖିଛି ।
ମଙ୍ଗଳବାର ରାତିରେ ପୁଷ୍ପଲତା ଏବଂ ତାଙ୍କ ସ୍ୱାମୀଧ୍ମାନସଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ମାନସ ପୁଷ୍ପଲତାଙ୍କୁ ମାରି ଝୁଲାଇ ଦେଇଛନ୍ତି ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରୁଥିବା ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ସେ ଗତକାଲି ରାତିରେ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମାନସଙ୍କୁ ଡାକି ପଚରା ଉଚରା ମଧ୍ୟ କରୁଛି ।
ସୂଚନାଯୋଗ୍ୟ, ମାନସ ଏବଂ ପୁଷ୍ପଲତା ୧୬ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କ ସଂସାର ପ୍ରଥମେ ଭଲରେ ଚାଲିଥିଲା । କିନ୍ତୁ ଏବେ ଦୁଇ ବର୍ଷ ହେବ ଝଗଡା ହେଉଥିବା ଶୁଣିବାକୁ ମିଳିଛି । ପୁଷ୍ପଲତାଙ୍କ ପରିବାର ଲୋକ ତାଙ୍କୁ ଅତ୍ୟାଚାର କରୁଥିବା ସାନନ୍ଦା ଫାଣ୍ଡିରେ ମଧ୍ୟ ଅଭିଯୋଗ ହୋଇଥିଲା । ଯାହାର ସମାଧାନ ମଧ୍ୟ କରାଯାଇଥିଲା । କିନ୍ତୁ ଗତକାଲି ଝଗଡା ଉଗ୍ରରୂପ ନେବା ପରେ ଏଭଳି ହୋଇଛି ବୋଲି ଅନୁମାନ କରାଯାଉଛି ।