କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପୁରୁଣା ରାଗ ଥିଲା । ଆଉ ରାଗ ଶୁଝାଇବା ପାଇଁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ ତିନି ଜଣ ଦୁର୍ବୃତ୍ତ । ମହିଳାଙ୍କ ସ୍ୱାମୀଙ୍କୁ ଲୁହା ରଡରେ ମାଡ ମାରି ଅଚେତ କରିବା ପରିବା ତିନିଜଣ ମିଶି କରିଥିଲେ ଦୁଷ୍କର୍ମ । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ମହିଳାଙ୍କୁ ମାଡ ମାରି ଲହୁଲୁହାଣ ମଧ୍ୟ କରିଥିଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆହତ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ,ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ରାତି ପ୍ରାୟ ସାଢ଼େ ଗୋଟାଏ ହେବ । ଗାଁରେ ଜଣଙ୍କର ବିବାହ ପ୍ରୋସେସନ ଚାଲିଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଦିଲ୍ଲିପ ସାହୁଙ୍କ ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଥିଲେ । ପ୍ରଥମେ ସେମାନେ ଦିଲ୍ଲୀପଙ୍କୁ ଲୁହା ରଡରେ ମାଡ ମାରି ଅଚେତ କରିଥିଲେ । ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।
ତେବେ ଦିଲ୍ଲୀପଙ୍କ ଦୁଇ ପୁଅ ନିଜର ପ୍ରାଣ ବଞ୍ଚାଇ ଅନ୍ୟ ଏକ ଘରେ କବାଟ ବନ୍ଦ କରି ରହି ଯାଇଥିଲେ । ତେବେ ଦୁର୍ବୃତ୍ତମାନେ ଦୁଷ୍କର୍ମ କରି ଯିବା ପରେ ସାଇ ପଡିଶାଙ୍କୁ ଦିଲ୍ଲୀପଙ୍କ ଦୁଇ ପୁଅ ଡାକିଥିଲେ । ସେମାନେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏନେଇ ଥାନରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ । ଏକ ଜମିବାଡି ବିବାଦରୁ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ ଜ୍ଝ