ମୟୁରଭଞ୍ଜ (ଏଟିଆର ବ୍ୟୁରୋ): ସ୍ତ୍ରୀର ପଥର ଛେଚାରେ ଚାଲିଗଲା ସ୍ୱାମୀର ଜୀବନ । ପଥରରେ ଛେଚି ଛେଚି ସ୍ତ୍ରୀ ମାରିଦେଲା ସ୍ୱାମୀକୁ । ଏମିତି ଏକ ନୃଷଶଂ କାଣ୍ଡ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମହୁଲପଙ୍ଖା ଗାଁରେ । ସ୍ୱାମୀକୁ ପଥରରେ ଛେଚି ସ୍ତ୍ରୀ ମାରିଦେଇଥିବା ଅଭିଯାଗ ହୋଇଛି । ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ ଘଟଣା ନେଇ କଳି ହୋଇଥିଲା । କଥା କଟାକଟି ହୋଇଥିଲେ ଉଭୟ ।
ସ୍ୱାମୀ ଟୁନା ପ୍ରଥମେ ସ୍ତ୍ରୀ ଚମ୍ଫାକୁ ଆକ୍ରମଣ କରିଥିଲା ଯାହାର ପ୍ରତି ଆକ୍ରମଣରେ ଚମ୍ଫା ଏକ ପଥର ଆଣି ସ୍ୱାମୀର ମୁଣ୍ଡକୁ ଛେଚି ଦେଇଥିଲା । ଯେଉଁଥିରେ ସ୍ୱାମୀ ଟୁନାର ମୃତ ହୋଇିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣି ଉଭୟଙ୍କୁ କପ୍ତିପଦା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଚିକିତ୍ସିତ ହେଉଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।