ସମ୍ବଲପୁର (ଏଟିଆର ବ୍ୟୁରୋ); ହୀରାକୁଦ ଭିଏସସ କଲୋନୀରେ ଗୁରୁବାର ବେହୁଙ୍କୁ ପୋଡି ମାରୁଥିବା ଅଭିଯୋଗରେ ଶାଶୁ,ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଝିଅ ଜନ୍ମ ଦେବାରୁ ଶ୍ୱଶୂର ଘର ଲୋକ ମହିଳାଙ୍କୁ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସାନ ଝିଅ ପାଟି କରିବାରୁ ସାଇ ପଡିଶା ଆସି ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ୯୦ ଶତକଡା ପୋଡି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ମହିଳା ଜଣକ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଳେ ଜ୍ୟୋତର୍ମୟୀ । ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଶାଶୂ ଘର ଲୋକଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଏବଂ ହତ୍ୟା ଅଭିଯୋଗ ଲଗାଇ ଗିରଫ କରିଛି ।
ସୂଚନା ଯୋଗ୍ୟ, ରଘୁନାଥଙ୍କ ପୁଅ ସ୍ମୃତି ରଞ୍ଜନଏବଂ କୃଷ୍ଣଚନ୍ଦ୍ରଙ୍କ ଝିଅ ଜ୍ୟୋର୍ତିମୟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା । ଉଭୟ ଘର ଛାଡି କୋର୍ଟରେ ବିବାହ କରିଥିଲେ । କିଛିଦିନ ପରେ ଘରକୁ ଫେରିଥିଲେ । ତେବେ ପୁଅ ଘର ଲୋକ ରଙ୍କକ୍ସକ୍ଟ ହୋଇଥିବା ବେଳେ ଝିଅ ଘର ଲୋକ ଏଥିରେ ରଙ୍କକ୍ସକ୍ଟ ନଥିଲେ । ସେ ଯାହାବି ହେଉ ଶାଶୂ ଘରେ କିଛି ଦିନ ଖୁସିରେ କଟିଥିଲା । ଏବଂ ୨୦୦୯ରେ ସେମାନଙ୍କ ପ୍ରଥମ ସନ୍ତାନ ଝିଅ ଜନ୍ମ ହୋଇଥିଲା । ଏହା ପରେ ଶାଶୂଘର ଲୋକଙ୍କ ରାଗ ଆରମ୍ଭ ହୋଇଥିଲା ଜ୍ୟୋତିଙ୍କ ଉପରେ । ତେବେ ୨୦୧୬ରେ ଦ୍ୱିତୀୟ ଝିଅ ହେବା ପରେ ତାଙ୍କ ଉପରେ ନିୟମିତ ନିର୍ଯ୍ୟାତନା ହୋଇଥିଲା ।
ଏ ବାବଦରେ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା କରି ଦେଇଥିଲା । ତେବେ ଗୁରୁବାର ଦିନ ଶ୍ୱଶୂର ଘର ଲୋକ ମିଶି ତାଙ୍କୁ ଛାତ ଉପରକୁ ନେଇ ଯାଇଥିଲେ । ଏବଂ ବାନ୍ଦି ଦେଇ ଜିଅନ୍ତା ଜାଳିବା ପାଇଁ ଚେଷ୍ଠା କରିଥିଲେ । ତାଙ୍କ ସାନ ଝିଅ ସାମନାରେ ଏସବୁ ଘଟୁଥିବାରୁ ସେ ପାଟି କରିଥିଲା । ଏଣୁ ସାଇ ପଡିଶା ଆସି ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏବଂ ରଘୁନାଥଙ୍କ ପରିବାର ଲୋକଙ୍କୁ ଉତ୍ୟକ୍ତ ଲୋକ ମାଡପିଟି କରିଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହେବା ପରେ ପୋଲିସ ଶାଶୂ,ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଗିରଫ କରିଛି ।