କେନ୍ଦୁଝର (ଏଟିଆର ବ୍ୟୁରୋ); ସୂଚନା ଅଧିକାର ନାଁରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି । ତେବେ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହେବାରୁ ପୋଲିସ ତାଙ୍କୁ ଗିରଫ କରିଛି । କେନ୍ଦୁଝର ଟାଉନ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ପୋଲିସ ଅଭିଯୁକ୍ତି ଶଶିଭୂଷଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ଘର କେନ୍ଦୁଝର ଟାଉନରେ ବୋଲି ଜଣା ପଡିଛି ।
ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ତ କାମରୁ ଚାନ୍ଦା ଆଦାୟ କରୁଥିଲା ଶଶିଭୂଷଣ । ବେସରକାରୀ ଅଫିସର ହୁଅନ୍ତୁ ବା ସରକାରୀ ସମସ୍ତଙ୍କ ଠାରୁ ଚାନ୍ଦା ଆଦାୟ କରିବା ତାର ମୁଖ୍ୟ କାମ ଥିଲା । ଯଦି କୌଣସି ରାସ୍ତା କାମ ହେଉଥାଏ ତେବେ ସୂଚନା ଅଧିକାର ରିପୋର୍ଟ ମାଗିବି ବୋଲି ମଧ୍ୟ ଧମକାଉଥିଲା । ଫୋନରେ ଲୋକଙ୍କ ପାଖରୁ ମଧ୍ୟ ଟଙ୍କା କଲେକସନ କରୁଥିବା ଶୁଣିବାକୁ ମିଳିଥିଲା ।
ଦିନକୁ ଦିନ ଶଶିଭୂଷଣର ହରକତ ବଢ଼ିବାରେ ଲାଗିଥିଲା । ଶେଷରେ କେତେକ ବେସରକାରୀ ସଂଘ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏଫଆଇଆର ପାଇବା ପରେ ଧୃତ ଶଶିଭୂଷଣକୁ ଗିରଫ କରିଥିଲା । ଅଭିଯୁକ୍ତ ଗିରଫ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।