ପୁରୀ (ଏଟିଆର ବ୍ୟୁରୋ); ସ୍ଥାନୀୟ ଗୁଣ୍ଡିଚା ଘର ଆଗରେ ହୋଇଥିବା ଗୁଳି ମାଡରେ ଚିକିତ୍ସିତ ହେଉଥିବା ସଞ୍ଜୟ ବେହେରା ଔରଫ ପାରା ମରିଗଲା । ତେବେ ଗୁଳି ମାଡ କରିଥିବା ଅପରାଧୀ ଫେରାର ହୋଇ ଯାଇଥିବା ଜଣାପଡିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଅପରାଧୀଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଅତିରିକ୍ତ ଏସପି ।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତ ୨୫ ତାରିଖରେ ସକାଳେ ସଞ୍ଜୟ ବେହେରା ଓରଫ ପାରା ( ୨୭ ବର୍ଷ) ନାମକ ଜଣେ ଯୁବକଙ୍କ ଉପରକୁ କେତେକ ଅଜ୍ଞାତ ଯୁବକ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ସଞ୍ଜୟ ପଡ଼ିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ତୁରନ୍ତ ସଞ୍ଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ ଆଦି ପ୍ରାୟ ୨୦ଟି ମାମଲା ରହିଛି। ତେଣୁ ସଞ୍ଜୟଙ୍କ ବିରୋଧୀ ଗୋଷ୍ଠୀ ଏହି ଗୁଳିକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।