ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଢ଼େର ଦିନ ହେବ ବାଘ ସଫାରୀ ଥିଲା କୁମ୍ଭୀର । ଜଣା ପଡୁନଥିଲା । କର୍ତ୍ତୃପକ୍ଷ ମଧ୍ୟ ଘଟଣା ସମ୍ପର୍କରେ ବିଲକୁଲ ଅଜ୍ଞ ଥିଲେ । ହେଲେ ଆଜି ଘଟଣା ନଜରକୁ ଆସିବା ପରେ ସବୁଠି ହଇଚଇ । ତେବେ କୁମ୍ଭୀରଟିକୁ ସଫାରୀ ଉଦ୍ଧାର କରାଯାଇ ତା ବାସସ୍ଥଳିରେ ଛଡା ଯାଇଛି । ସୌଭାଗ୍ୟ ବସତଃ କୁମ୍ଭୀରର କୈାଣସି କ୍ଷତି ହୋଇ ନଥିବା ବେଳେ ବାଘର ମଧ୍ୟ କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି।
ନନ୍ଦନକାନ ପ୍ରାଣୀ ଉଦ୍ୟାନ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାଘ ସଫାରୀ ପାଖରେ କୁମ୍ଭୀର ରହୁଥିବା ନାଳ ଥିବାରୁ କୁମ୍ଭୀରଟି ବାଘ ଏନକ୍ଳେଜର ଭିତାକୁ ପଶି ଯାଇଥିବା ଅନୁମାନ କରାଯାଇଛି । ତେବେ କୁମ୍ଭୀରଟି ଛୋଟ ଥିବାରୁ ପୂର୍ବରୁ ଜଣା ପଡିନଥିଲା । ଏବେ କୁମ୍ଭୀରଟି ବଡ ହେବା ପରେ ଆଜି କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି ।