ପୁରୀ (ଏଟିଆର ବ୍ୟୁରୋ): ଗୋଟେ କି ଦୁଇଟି ନୁହେଁ ବରଂ ୧୫ରୁ ଅଧିକ କାଉ ମରିପଡିଛନ୍ତି । ତାହା ପୁଣି ଶ୍ରୀକ୍ଷେତ୍ର ପୁରୀ ଅଞ୍ଚଳରେ । ଆଜ୍ଞା ହଁ ପୁରୀ ବାଙ୍କିମୁହାଣ ସ୍ଥିତ ପାର୍କ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କାଉ ମଡକର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।
ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି । ସେଥିପାଇଁ ପୁରୀ ଏବଂ ଚିଲିକା ପାଖାପାଖି ହୋଇଥିବାରୁ ଖୁବ୍ ଶୀଘ୍ର ଏହି କାଉ ମଡକ କାରଣ ଜାଣିବା ସହ ନମୂନା ପରିକ୍ଷା କରିବା ଜରୁରୀ ହୋଇପଡିଛି ।
ଗତକିଛି ଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିଲା । ଏହାସହିତ ଅନେକ ସଂଖ୍ୟାରେ କାଉ ମରି ପଡିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଶାସନକୁ ଖୁବ୍ ହଇରାଣ ହେବାକୁ ପଡିଥିଲା । କିନ୍ତୁ ଏବେ ପୁରୀରେ କାଉ ମଡକର କାରଣ ସ୍ପଷ୍ଟ ହୋଣନଥିଲେ ବି ଏହା ପ୍ରଶାସନ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।