ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତବର୍ଷ ପ୍ରଥମ ଥର ପାଇଁ କମିଲା ପେଟ୍ରୋଲ ଓ ଡିଜେଲର ଦର । ଦୀର୍ଘ ୨୪ ଦିନ ଧରି ତେଲ ଦର ସ୍ଥିର ରହିଥିବାବେଳେ ବୁଧବାର ପେଟ୍ରୋଲ ଲିଟର ପିଛା ୧୮ ପଇସା ଓ ଡିଜେଲ ଲିଟର ପିଛା ୧୭ ପଇସା ଶସ୍ତା ହୋଇଛି ।
ବର୍ତ୍ତମାନ ମହାରାଷ୍ଟ୍ରରେ ପେଟ୍ରୋଲ ଦର ସର୍ବଧିକ ୯୭ ଟଙ୍କା ରହିଥିବା ବେଳେ ଡିଜେଲ ୮୮ ଟଙ୍କା ପାଖାପାଖି ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବାରୁ ତେଲ ଦର ହ୍ରାସ ପାଇଥିବା ଜଣାପଡ଼ିଛି। ୯୭ ଟଙ୍କା ରହିଥିବା ବେଳେ ଡିଜେଲ ୮୮ ଟଙ୍କା ପାଖାପାଖି ରହିଛି।
ଆଗାମୀ ଦିନରେ ତେଲ ଦର ପାଖାପାଖି ୨ ଟଙ୍କା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ଏବେ ଅଶୋଧିତ ତେଲ ବ୍ୟାରେଲ ପିଛା ୬୪ ଡଲାଲରେ କିଣୁଛି ଭାରତ। ପୂର୍ବରୁ ୬୮ ଡଲାରରେ କିଣୁଥିଲା ଭାରତ । ଏବେ ଦର କମିଥିବାରୁ ଦେଶରେ ଦର କମିବ ବୋଲି ଆଶା କରାଯାଉଛି।