କଟକ(ଏଟିଆର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କଟକ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କରିଛି ସିଏମସି । କ୍ଲାସ ରୁମରେ ସାମାଜିକ ଦୁରତା ରକ୍ଷା କରାଯାଉନଥିବା ଅଭିଯୋଗରେ ସିଲ୍ ହୋଇଛି । ଏହାସହ କଟକ ସହରରେ ସିଏମସି ଏନଫୋର୍ସମେଣ୍ଟ ସ୍କାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଯେଉଁଡି କୋଭିଡ ଗାଇଡଲାଇନ ଉଲ୍ଲଂଘନ ହେଉଛି ସେଠାରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି ।
ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ଏହି କିଛି ଦିନ ତଳେ ଏପରି ଭାବେ ଅନ୍ୟ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା ସିଏମସି । ଆଗାମୀ ଦିନରେ ମଧ୍ୟ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।