ଖୋର୍ଦ୍ଧ(ଏଟିଆର ବ୍ୟୁରୋ): ୧୮ ଘଣ୍ଟା ପାଇଁ ଖୋର୍ଦ୍ଧା ରୋଡ୍ କୁ କର୍ଫ୍ୟୁ ଘୋଷଣା କରାଯାଇଛି । ଦୁଇଟି ଟ୍ରେନ୍ ରେ ଅହମ୍ମଦାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ଆସୁଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ ଓ ଏହାର ନିକଟ ବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଏହି କର୍ଫ୍ୟୁ ଆଜି ଦିନ ଗୋଟାଏରୁ ଆସନ୍ତା କାଲି ସକାଳ ୭ ଟା ପର୍ଯ୍ୟନ୍ତ ବଳବତ୍ତ ରହିବ । ଆଜି ଦିନ ୨ଟାରୁ ସଂନ୍ଧ୍ୟା ୭ ଟା ମଧ୍ୟରେ ଦୁଇଟି ଟ୍ରେନ୍ ରେ ପାଖା ପାଖି ୨୪୦୦ ପ୍ରବାସୀ ଓଡିଆ ଆସିବେ ବୋଲି ଜଣା ପଡିଛି । ତେବେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ କରୋନା ସଂକ୍ରମଣ ହୋଉଥିବାରୁ ଏଭଲି ପଦକ୍ଷେପ ନିଆଯାଇଛି ।
ସେହିପରି ତମିଲନାଡୁ,ଗୁୁଜୁରାଟ ଓ ମହାରାଷ୍ଟ୍ରରୁ ୫ଟି ଟ୍ରେନ୍ ଯୋଗେ ପ୍ରବାସୀ ଓଡିଆ ମାନେ ରାଜ୍ୟକୁ ଫେରୁଛନ୍ତି । ପାଖପାଖି ୫ହଜାର ପ୍ରବାସୀ ଓଡିଆ ଏହି ଟ୍ରେନ୍ ମାଧ୍ୟମରେ ଫେରୁଥିବାର ଜଣାପଡିଛି । ସୂଚନାଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ମାନେ ଅଧିକ ଆକ୍ରାନ୍ତ ହୋଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।