ବାଲେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାତି ୧୨ଟାରୁ ଆସନ୍ତା କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ସୁରଜ ହୋଟେଲ ଛକ ଯାଏଁ କର୍ଫ୍ୟୁ ରହିବ । ଫକୀର ମୋହନ ଗୋଲେଇ, ଷ୍ଟେସନ ଛକ, ପୋଲିସ ଲାଇନ ଛକ, ଆଇଟିଆଇ ଛକ ଏହି କର୍ଫ୍ୟୁ ଅଞ୍ଚଳରେ ରହିବ । ଏହି ଅଞ୍ଚଳ ମାନଙ୍କରେ ୧୮ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଛି । ତେବେ ଟ୍ରେନ ମାଧ୍ୟମରେ ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ମାନେ ବାଲେଶ୍ୱରରେ ଆଜି ପହଞ୍ଚିବାର ଅଛି ।
ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କୁ କରୋନା ସଂକ୍ରମିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ପଦକ୍ଷେପ ନିଆଯାଇଛି । ତେବେ କର୍ଫ୍ୟୁ ଲାଗିଥିବା ଅଞ୍ଚଳ ମାନଙ୍କରେ କୌଣସି ଦୋକାନ ଖୋଲିବ ନାହିଁ, ଯାତାୟତ କରାଯିବ ନାହିଁ ବୋଲି ପ୍ରାଶାସନ ପକ୍ଷରୁ କୁହାଯାଇଛି । ଆଜି ସକାଳୁ ରାଜ୍ୟରେ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ବାଲେଶ୍ୱର ଜିଲ୍ଲା ବୋଲି ଜଣାଡିଛି । ସେହିପରି ରାଜ୍ୟରେ ମୋଟ ୪୩୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ।