ଯାଜପୁର (ଏଟିଆର ବ୍ୟୁରୋ ) ; ଏଣେତେଣେ ପଡିଛି ପାପୁଲି । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଆମ୍ବଗାଡିଆ ସ୍ଥିତ ସହିଦ ସ୍ତମ୍ଭ ନିକଟରେ ପାପୁଲି ପଡିଥିବାର ଦେଖାଯାଇଛି । ଏ ସମସ୍ତ ପାପୁଲି ଗୁଡିକ ପାଖାପାଖି ୧୨ ବର୍ଷ ତଳର ବୋଲି ଜଣାପଡିଛି । ତେବେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ପାଖାପାଖି ୧୦ ଟି ପାପୁଲି ଏଣେତେଣେ ପଡିଥିବାର ଦେଖାଯାଇଛି । ଯାହାକୁ ନେଇ ସ୍ଥନୀୟ ଅଞ୍ଚଳରେ ଦେଖାଯାଇଛି ଉତ୍ତେଜନା । ଗତକାଲି ରାତିରେ କେହି ବିରୋଧୀ ଏ ସବୁ କାଣ୍ଡ କରିଥିବା ଅନୁମାନ କରାଯାଇଛି ।
ସୂଚନାଯୋଗ୍ୟ , ୨୦୦୬ ମସିହା ଜାନୁଆରୀ ୨ ତାରିଖରେ କଳିଙ୍ଗନଗର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ପୋଲିସ ଗୁଳିରେ ୧୩ ଜଣ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ସେମାନଙ୍କର ହାତ ପାପୁଲିକୁ ପୋଲିସ ପକ୍ଷରୁୁ କଟାଯାଇଥିବା ବେଳେ ପରେ ସେମାନଙ୍କ ପରିବାରକୁ ପାପୁଲି ଗୁଡିକୁ ହସ୍ତାନ୍ତର କରାଯାଇଥିଲା ।
ତେବେ ମୃତକଙ୍କ ପରିବାର ଲୋକେ ପାପୁଲି ଗୁଡିକ ନ ନେବାରୁ ସ୍ଥାନୀୟ କ୍କବ ଘରେ ସେଗୁଡିକୁ କେମିକାଲ ଦିଆଯାଇ ରଖାଯାଇଥିଲା । ତେବେ ଗତକାଲି ରାତିରେ କେହି କ୍ଲବ ଘରର ତାଲା ଭାଙ୍ଗି ସେ ସମସ୍ତ ପାପୁଲି ଗୁଡିକୁ ଫିଙ୍ଗି ଦେଇଥିବା ଦେଖାଯାଇଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି । ଏଭଳି ଘଟଣାକୁ ସ୍ଥନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।