ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଫେରିଲା ସାଇବର ଫଡ ଟଙ୍କା । ଦିନ କୁ ଦିନ ବଢିବାରେ ଲାଗିଛି ସାଇବାର କ୍ରାଇମ । ପୋଲିସ ଯେତେ ସଚେତନ ହେଲେ ବି ଅପରାଧୀଙ୍କ ହାତରେ ଧରାପଡିଯାଉଚନ୍ତି ଲୋକ । ସହିଦନଗର ଅଂଚଳର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୩ ହଜାର ଟଙ୍କା ସହ ଓଟିପି ମାଗି ଠକି ନେଇଥିଲେ ।
ବ୍ୟକ୍ତି ଜଣକ ୯ ତାରିଖରେ ୫୩ ହଜାର ଟଙ୍କା ଲୁଟର ଶିକାର ହୋଇଥିଲେ । ଠକେଇର ଅଧଘଣ୍ଟା ମଧ୍ୟରେ ସାଇବାର ସିଲକୁ କଲ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ସାଇବର ସେଲ ହେଲ୍ପ ଡେସ୍କ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି ।
ସାଇବର ହେଲପକୁ ଯେଉଁ ନମ୍ବର ଦିଆଯାଇଥିଲା ସେଥି ମଧ୍ୟରୁ ଠକାମିର ୪୦୦ ଟି କଲ ରହିଥିବା ବେଳେ ୧୦୦ ଟି କଲ ଭୂବନେଶ୍ୱରର ରହିଛି । ଗତ ସୋମବାର ଦିନ ମଧ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଠକାମୀ ।