ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମାହାପତ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଲଘୁଚାପ ଆଜି ସଂନ୍ଧ୍ୟାରେ ଅବପାତ ହେବ । ଆସନ୍ତା କାଲି ଏହା ବତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ପରେ ୧୭ ତାରିଖ ଦିନ ଦିଗ ପରିବର୍ତ୍ତନ କରି ଉତ୍ତରପୂର୍ବ ମୁହାଁ ହେବ । ହେଲେ କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣାପଡି ନାହିଁ ବୋଲି କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହି ବାତ୍ୟା ଯୋଗୁ ଉତ୍ତର ଓଡିଶା ପ୍ରଭାବିତ ହେବ ।
ତେବେ ୪ଟି ଉପକୂଳ ଜିଲ୍ଲ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ବେଶି ପଡିବ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ଚାରି ଜିଲ୍ଲା ର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳ ମାନଙ୍କୁ ଆଶ୍ରୟ ସ୍ଥଳିର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହା ସହ ଅଧିକ ଆଶ୍ରୟ ସ୍ଥଳି ଠାକ କରିବାକୁ କୁହାଯାଇଛି । ଏହି ଆଶ୍ରୟ ସ୍ଥଳି ମାନଙ୍କ ଦ୍ୱାୟିତ୍ୱରେ ସରପଞ୍ଚ ଓ ଦୁଇ ଜଣ ଶିକ୍ଷକ ରହିବେ । ଆଜି ମୁଖ୍ୟ ଶାସନ ସଚିବ ପୋଲିସ ଡିଜି, ଅଗ୍ନିଶମ ଡିଜି ଓ ଏନଡିଆରଏଫ ଟିମ ସହ ଆଲୋଚନା କରି ସମସ୍ତଙ୍କୁ ସତର୍କ ରହିବା ପାଇଁ କହିଛନ୍ତି । ବାତ୍ୟାକୁ ନଜରରେ ରଖି ଆଜିଠୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରଭୁତରକୁ ନଯିବାକୁ ପାଇଁ କୁହାଯାଇଛି ବୋଲି କମିଶନର ପ୍ରଦିପ୍ତ ମହାପାତ୍ର କହିଛନ୍ତି ।