ଭଦ୍ରକ ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଯେତେ କୂଳକୁ କୂଳକୁ ଆସୁଛି ସେତେ ସକ୍ରିୟ ହୋଇ ଉଠୁଛି । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଥିବା ବୁଲବୁଲ ଏବେ ଘଣ୍ଟାପ୍ରତି ପାଖାପାଖି ୧୫ କିଲୋମିଟର ବେଗରେ ଗତି କରିବା ଆରମ୍ଭ କରିଛି । ପବନର ବେଗ ମଧ୍ୟ ବଢୁଛି ୧୦୦ କିଲୋମିଟରରୁ ଅଧିକ ବେଗରେ ଏବେ ପବନ ବହିବାରେ ଲାଗିଛି । ଧାମରା କଥା ଯଦି ଆମେ ଦେଖିବା ସେଠାରେ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଛି ।
ବାତ୍ୟା ବୁଲବୁଲ ପାରାଦୀପ, ଭଦ୍ରକ, କେନ୍ଦ୍ରାପଡାରେ ତାର କାରସାଦି ଦେଖାଇଛି । ଏହାର ପ୍ରଭାବରେ ଏହି ସବୁ ଜିଲ୍ଲା ମାନଙ୍କରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପବନର ବେଗ ବଢିବା ହେତୁ ବଡବଡ ଗଛ ସବୁ ମଧ୍ୟ ଭାଙ୍ଗି ଯାଇଛି । ବୁଲବୁଲ ଗତକାଲି ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।ଏହା ଉପକୂଳ ଓଡିଶା ଦେଇ ଉତ୍ତର ପଶ୍ଚିମବଙ୍ଗ- ବାଲାଂଦେଶ ଆଡକୁ ଗତି କରିବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି। ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ।