ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ବାତ୍ୟା ଏବେ ଘୂର୍ଣ୍ଣିବଳୟର ରୂପ ନେଇଛି । ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଉଛି । ତେବେ ଏହି ଘୂର୍ଣ୍ଣି ବଳୟ ଅବପାତର ରୂପ ନେବା ପରେ ବାତ୍ୟାର ଗତି କୁଆଡେ ହେବ ତାହା ଜଣା ପଡିବ । ତେବେ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏହି ବାତ୍ୟା ଆନ୍ଧ୍ର ଓ ଓଡିଶା ଉପକୂଳ ଦେଇ ଗତି କରିପାରେ । ତେବେ ଏନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ଅନୁମାନ କରାଯାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୮ ତାରିଖ ବେଳକୁ ଓଡିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଅନ୍ୟପଟେ ଆମେରିକାର ଗ୍ଲୋବାଲ୍ ଫର୍କାଷ୍ଟ ସିଷ୍ଚମ୍ ଏବଂ ୟୁରୋପିୟନ୍ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟ ମଧ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି। ତେବେ ଏହି ଘୂର୍ଣ୍ଣି ବଳୟ ଅବପାତର ରୂପନେଇ ବାତ୍ୟାରେ ପରିଣତ ରହିଲେ ତାର ନାଁ ବୁଲବୁଲ ରହିବ ।