ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ନିଭାର ମାଡ଼ି ଆସୁଛି । ଏହା ସ୍ଥଳ ଭାଗ ଛୁଇଁବା ବେଳେ ବାତ୍ୟା ର ରୂପ ନେବ ବୋଲି କୁହାଯାଇଥିଲା ।ନିଭାର ଏବେ ଧୀରେ ଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି ।ଏ ନେଇ ତାମିଲନାଡ଼ୁରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।
ଏହା ସ୍ଥଳ ଭାଗ ଛୁଇଁଲା ପୂର୍ବରୁ ଏହାର ପବନର ବେଗ ଘଣ୍ଟା ପ୍ରତି ୧୪୦ ରୁ ୧୪୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ଏ ନେଇ ତାମିଲନାଡ଼ୁ ସରକାର ବୁଧବାର ଛୁଟି ଘୋଷଣା କରିଛନ୍ତି । ସାମୁଦ୍ରିକ ଝଡ଼ ନିଭାର ଆଜି ସନ୍ଧ୍ୟା ସୁଦ୍ଧା ପୁଡ଼ୁଚେରୀର କରାଇଲାରୁ ତାମିଲନାଡ଼ୁର ମାମଲାପୁରମ ମଧ୍ୟରେ ସ୍ଥଳ ଭାଗ କୁ ଛୁଇଁବ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
୨୫ ତାରିଖରେ କୋରାପୁଟ , ମାଲକାନଗିରି, ରାୟଗଡ଼ା, ଗଜପତି , ଏବଂ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।ସେହିପରି ୨୬ ତାରିଖରେ କୋରାପୁଟ , ମାଲକାନଗିରି, ରାୟଗଡ଼ା, ଗଜପତି , କନ୍ଧମାଳ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣି ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟ ପକ୍ଷରେ ରାଜ୍ୟରେ ଗତ ଦୁଇଦିନ ହେବ ଶୀତର ପରିମାଣ ସାମାନ୍ୟ ବ୍ୟଦ୍ଧିପାଇଛି । ଅଧକାଂଶ ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ସେଲସିୟସ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀରେ ୧୧ ,ଅନୁଗୁଳ ରେ ୧୧.୬, ବାରିପଦାରେ ୧୨ କଟକ ରେ ୧୪.୫ , ଭୁବନେଶର ରେ ୧୬ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।