ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ବୁରେଭି ଗଭୀର ଅବପାତରେ ପରିଣତ ହୋଇ ଆଜି ଏହା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରି ଅପରାହ୍ନ ରେ କେରଳ ରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ ଦକ୍ଷିଣ ତାମିଲନାଡ଼ୁ ଓ ଦକ୍ଷିଣ କେରଳରେ କେତେକ ଅଞ୍ଚଳରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ତାମିଲନାଡ଼ୁ , ପୁଡ଼ୁଚେରୀ ଆଦି ସ୍ଥାନରେ ବର୍ଷାର ଆରମ୍ଭ ହୋଇଯାଇଛି । ଏଥିଯୋଗୁଁ ଘଣ୍ଟା ପ୍ରତି ବେଗ ୭୫ କିଲୋମିଟର ବେଗରେ ପବନ ବହିବା ସହ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବତାସ ପ୍ରଭାବିତ ହେବ । ଏଥିପାଇଁ ତାମିଲନାଡ଼ୁ ଓ କେରଳ କୁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି ।
ଏହାପରେ ଥିରୁଅନନ୍ତପୁରମ୍, କୋଲ୍ଲମ, ପଠାନମଥିଟ୍ଟା, ଅଲାପୁଜ୍ଝା, କୋଟାୟାମ ଏବଂ ଇଡୁକିରେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବାବେଳେ ଜରୁରୀକାଳୀନ ସେବା ପାଇଁ ପ୍ରତିରକ୍ଷା ବାହିନୀକୁ ଆଲର୍ଟରେ ରଖାଯାଇଛି ।
ଘୂର୍ଣ୍ଣିବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା କଥା ଜଣାପଡ଼ିଛି। ବାତ୍ୟା ଯୋଗୁଁ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କେରଳର ଆନ୍ତର୍ଜାତିକ ବିମାନ ବନ୍ଦର ବନ୍ଦ ରହିବ।