କୋରାପୁଟ (ଏଟିଆର ବ୍ୟୁରୋ); ଆସନ୍ତା ୧୮ ତାରିଖରେ ବନ୍ଦ ହେବ ଅବିଭକ୍ତ କୋରାପୁଟ । ହାଇକୋଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଜିଲ୍ଲାର ଆଇନଜୀବୀ ସଂଘ ଏପରି ଡାକରା ଦେଇଛି । ତେବେ ଏହି ଆନ୍ଦୋଳନକୁ ତିବ୍ର କରିବା ପାଇଁ ଡାବୁଗାଁ ଆଇନଜୀବୀ ସଂଘ ଏହାକୁ ସମର୍ଥନ ଜଣାଇ ଡାବୁଗାଁ ବନ୍ଦ ଡାକରା ଦେଇଛନ୍ତି । ମଙ୍ଗଳବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସମସ୍ତ କାର୍ଯ୍ୟନୁଷ୍ଠାନ,ବ୍ୟାଙ୍କ,ଶିକ୍ଷାନୁଷ୍ଠାନ,ଦୋକାନ ବଜାର ଏବଂ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଆହ୍ୱାନ ଦିଆଯାଇଛି । ତେବେ ଏହି ବନ୍ଦ ପାଳନ ପାଇଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ,ଶ୍ରମିକ ସଂଘ,ବଣିକ ସଂଘ ଏବଂ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
ଶନିବାର ସନ୍ଧ୍ୟାରେ ଆଇନଜୀବୀ ସଂଘ ପକ୍ଷରୁ ଡାବୁଗାଁ ବ୍ଳକର ନୋଟାରୀ କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା । ଏଥିରେ ଡାବୁଗାଁର ଆଇନଜୀବୀ ସମେତ ଜିଲ୍ଲାର ସମସ୍ତ ଆଇନଜୀବୀମାନେ ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ୧୮ ତାରିଖରେ କୋରାପୁଟ ବନ୍ଦ ଡାକରା ପାଇଁ ନିଷ୍ପତ୍ତି ନେଇଥିଲା ସଂଘ । ବହୁ ଦିନ ଧରି ସରକାରଙ୍କ ପାଖରେ ସ୍ଥାୟୀ ବେଞ୍ଚ ପାଇଁ ଦାବି କରିଥିଲେ ମଧ୍ୟ ସରକାର କିଛି ଶୁଣିନାହାଁନ୍ତି । ଏଣୁ ଏହାର ପ୍ରତିବାଦରେ ଏକ ଅଭିନବ ଉପାୟରେ ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଓହ୍ଳାଇବ ସଂଘ ।