ଭଦ୍ରକ(ଏଟିଆର ବ୍ୟୁରୋ):ରାଜ୍ୟ ବାହାରକୁ ଚାଲାଣ କରିବା ପୂର୍ବରୁ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଏହା ସହ ଜଣେ ମହିଳା ଦଲାଲଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଗ୍ରାମଞ୍ଚଳ ଥାନା ଜିତାନଗା ଗାଁ ନିକଟରୁ ନାବାଳିକା ଓ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶିଶୁ ଶ୍ରମିକ ମାନଙ୍କୁ ଏକାଠି କରାଯାଇ ରାଜ୍ୟ ବାହାରକୁ ପଠାଯାଉଥିଲା । ଏନେଇ ସୂଚନା ପାଇ ଥିଲା ପୋଲିସ । ଖବର ପାଇ ପୋଲିସ ଏକ ଘରେ ଚଢାଉ କରିଥିଲା । ସେଠାରୁ ୧୦ ଜଣ ନାବାଳକା ଓ ୧୭ ଜଣ ନାବାଳିକା ଉଦ୍ଧାର କରାଯାଇଥିଲା ।
ତେବେ ଚଢାଉ ହୋଇଥିବା ଘର ମାଲିକ ଗୌରୀପ୍ରଭା ପତି ସମସ୍ତଙ୍କୁ ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ କାମ କରାଇଥାନ୍ତି ବୋଲି ଜଣା ପଡିଛି । ଉଦ୍ଧାର ହୋଇଥିବା ଶିଶୁ ମାନେଙ୍କ ଘର ଅଧିକାଶଂ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡିଛି । ଅଟକ ରଖାଯାଇଥିବା ମହିଳାଙ୍କୁ ପୋଲିସ ପଚରାଉଚରା କରୁଛି । ରାଜ୍ୟ ବାହାରେ ତାଙ୍କୁ କିଏ ସାହାଯ୍ୟ କରେ, ଏହି ରାକେଟରେ ଆଉ କିଏ ଅଛି ଏନେଇ ଖୋଳତାଡ କରୁଛି ପୋଲିସ ।