ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଦାଦନ ଶ୍ରମିକ ଓଡିଶା ପାଇଁ ପାଳଟିଛି ଏକ ବଡ ଅଭିଷାପ । ଓଡିଶାରେ କାମର ଅଭାବ ହେଉ ଅବା ଅଧିକ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ବିଦେଶ ମୁହାଁ ଯୁବକ । ବିଦେଶରେ ରହି ଭଲ ଦି ପଇସା ଉପାର୍ଜନ କରି ଘରକୁ ସାହା ହେବାକୁ ଯାଇଥିବା ପୁଅ କିନ୍ତୁ ସେଠାରେ ପାଲଟି ଯାଉଛି ଦାଦନ ଶ୍ରମିକ । ପ୍ରତ୍ୟକ ଦିନ ଏମିତି କିଛି ନା କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଏବେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି ।
ଦୀର୍ଘ ଦିନ ହେଲା କାମ କରିବାକୁ ଯାଇ ଦୁବାଇରେ ଫସିଥିବା ୧୨ ଜଣ ଦାଦନ ଏବେ ଗାଁକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାର ଏହି ୧୨ ଜଣ ଯୁବକ ସେଠାରେ ଫସି ରହିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଥିଲା । ସେହିଭଳି ଗତ ମାସରେ ନବରଙ୍ଗପୁରରେ ରାଜ୍ୟ ବାହାରକୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରା ଯାଇଥିଲା । ଶ୍ରମିକଙ୍କ ମଧ୍ୟରେ ସାତ ଜଣ ୭ ଜଣ ଯୁବତୀ ମଧ୍ୟ ରହିଥିଲେ । ଅନ୍ୟପଟେ ଗତ ଜୁଲାଇ ମାସରେ ଫୁଲବାଣୀର ୪ ଜଣ ଦାଦନ ଶ୍ରମିକ ତାମିଲନାଡୁରୁ ଉଦ୍ଧାର ହୋଇଥିଲେ ।