ପୁରୀ (ଏଟିଆର ବ୍ୟୁରୋ): ଗତକାଲି ପୁରୀଜିଲ୍ଲା ପିପିଲି ଥାନା ଦାନଗହିର ଗାଁରୁ ଜଣେ କରୋନା ରୋଗୀ ଚିହ୍ନଟ କରାଯାଇଛି । ଏହାପରେ ଆଜି ସକାଳୁ ଦାନଗହିର ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହି ସିଲ୍ ବା ସଟ୍ ଡାଉନ୍ ପ୍ରକ୍ରିୟା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ଘୋଷଣା ହୋଇଛି ।
ଏହି ସଟ୍ ଡାଉନ୍ ପ୍ରକ୍ରିୟା ଦାନଗହିର ଗାଁ ସହିତ ସେହି ଗାଁକୁ ସଂଯୋଗ କରୁଥିବା ଅଞ୍ଚଳକୁ ଆବଦ୍ଧ ଅଞ୍ଚଳରେ ଘୋଷଣା କରାଯାଇଛି । ସେହି ଅନୁଯାୟୀ ଦାନଗହିର ଛକ, ଜୟପୁର ଶାସନ ଛକ, ଜୟପୁର ଛକକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ କୌଣସି ବାହାର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ଏହାସହିତ ଏହି ଅଞ୍ଚଳର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ।
ସୂଚନାଯୋଗ୍ୟ, ନିଜାମୁଦ୍ଦିନ ଧର୍ମସଭାରୁ ଓଡିଶାକୁ ୨୮ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ସେଥିରୁ ଜଣେ ପୁରୀ ଦାନଗହିର ଗାଁର ବାସିନ୍ଦା ।