ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ପରେ ୩ ଦିନ ହେବ ପାଗ ସାମାନ୍ୟ ହୋଇଛି । ତେବେ ତିନିଦିନ ହେଲା କମିଥିବା ବର୍ଷା ପୁଣି ୩ ତାରିଖ ଠାରୁ ଆରମ୍ଭ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ୩ ତାରିଖ ଠାରୁ ୫ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୬ ତାରିଖ ବେଳକୁ ତାହା ଓଡ଼ିଶା ଉପରେ ବିସ୍ତୃତ ରହିବ। ଯାହାର ପ୍ରଭାବରେ ଭୁବନେଶ୍ବର ସମେତ ଉପକୂଳବର୍ତୀ ଅଞ୍ଚଳରେ ୮ ଓ ୯ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶହରା ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବ। ତେବେ ଆଜି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ।