ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କୋପ ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ପୁଣି ରାଜ୍ୟରେ ଫେରିବ କର୍ଫ୍ୟୁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇପାରନ୍ତି । ଏନେଇ ବିଚାର ବିମର୍ଶ ଏବଂ ଅନୁଧ୍ୟାନ ଚାଲିଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।
ସେପଟେ ଓଡିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ହୋଇସାରିଥିବା ବେଳେ ଆସନ୍ତା ୫ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ । ଏହାସହିତ ରାଜ୍ୟରେ ଡେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇପାରେ । ସେଥିପାଇଁ ବିଚାର ବିମର୍ଶ ଚାଲିଛି ।
ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୈନିକ ମାମଲା ଏବେ ୪ ଶହ ଉପରେ ରହିଛି ।