ନବରଙ୍ଗପୁର (ଏଟିଆର ବ୍ୟୁରୋ): ଘର ଲୋକେ ପ୍ରେମକୁ ସ୍ୱୀକାର ନକରିବାରୁ ବେକରେ ରଶି ଲଗାଇ ଗଛରେ ଝୁଲି ପଡିଲେ ପ୍ରେମୀଯୁଗଳ । ଏଭଳି ଏକ ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଗୁମିଦରା ଗାଁରେ ଦେଖିବାକୁ ମିଳିଛି ।
ମୃତ ପ୍ରେମିକଙ୍କ ନାଁ ବନବାସୀ ଦଣ୍ଡସେନା(୨୨) ଏବଂ ପ୍ରେମିକାଙ୍କ ନାଁ ଶ୍ୱାତୀ ପାଇକ (୨୦) ବୋଲି ଜାଣିବାକୁ ମିଳିଛି । ଉଭୟେ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ମାତ୍ର ଘର ଲୋକେ ସେମାନଙ୍କ ପ୍ରେମକୁ ସ୍ୱୀକାର ନକରିବାରୁ ଉଭୟେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଆଜି ସକାଳୁ ଏକ କାଜୁ ବଗିଚାରୁ ପ୍ରେମୀଯୁଗଳଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।