ପୋଲସରା ( ଏଟିିଆର ବ୍ୟୁରୋ): ଜୁଇରେ ଜିଇଁଲା ଶବ । ଜଣେ ଲୋକର ମୃତ୍ୟୁ ହେବା ପରେ ସେ ଜୁଇରେ ଜଳିବା ପାଇଁ ଶ୍ମଶାନକୁ ଯାଇଥିବା ବେଳେ ଚେଇଁ ଉଠିଛି । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଛତ୍ରପୁର ପୋଲସରା କଣିଆ ପାଲି ଗାଁରେ । ସୂଚନା ଅନୁସାରେ ଏହି ଗ୍ରାମର ଦୁଃଖୀ ବେହେରା ଜଣେ ଅସହାୟ ଲୋକ । ଅର୍ଥ ଅଭାବରୁ ପେଟକୁ ଖାଦ୍ୟ ମଧ୍ୟ ଯୋଗାଡ କରି ପାରନ୍ତି ନାହିଁ । ତେଣୁ ଆଜି ଖାଦ୍ୟ ଅଭାବରୁ ହଠାତ ଅଚେତ ହୋଇ ଯାଇଥିଲେ ।
ଦୀର୍ଘ ସମୟ ଧରି ତାଙ୍କ ଚେତା ନ ଫେରିବାରୁ ସମସ୍ତେ ଭାବିନେଲେ ସେ ମୃତ ବୋଲି । ଏଥିପାଇଁ ସାହି ପଡିଶା ତାଙ୍କ ପାଇଁ ସଙ୍ଗାଡି ସଜାଡିଥିଲେ । ଶବଦାହ କରିବା ପାଇଁ ସାହି ଭାଇ ତାଙ୍କୁ ମଶାଣୀ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏମିତି କି ଜୁଇ ସଜାଡି ସେଥିରେ ଦୁଃଖୀଙ୍କୁ ସୁଆଇ ଦେଇଥିଲେ । ମାତ୍ର ନିଆଁ ଦବା ପୂର୍ବରୁ ହଠାତ ଜୁଇରୁ ଉଠି ପଡିଥିଲେ ଦୁଃଖୀ । ଯାହା ଦେଖି ସାରିବା ପରେ ସେଠାରେ ଉପସ୍ଥିତ ସମସ୍ତ ଲୋକ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ସେଠାରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସ ଡାକିଥିଲେ ଓ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ ।