ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ଶୌଚାଳୟରୁ ଏହି ମୃତ ଦେହ ମିଳିଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ମୃତକ ଜଣଙ୍କ ମନ୍ଦିରର ଭୋଜନାଳୟରେ କାର୍ଯ୍ୟ କରୁଥିଲେ । ତାଙ୍କ ନାମ ବାବୁ ସାହୁ ।
ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଶେରଗଡ ବୋଲି ଜଣା ପଡିଛି । ସେ ୧୮ ତାରିଖରୁ ଛୁଟିରେ ଥିଲେ ବୋଲି ସୂଚନା ମିଳିଛି । ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ତେବେ ପୋଲିସ ସିସିଟିଭି ଜବତ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।