ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧରା ପଡିଲେ ମୃତ ମହିଳାଙ୍କ ସ୍ୱାମୀ । ପୁରୁଣା ଭୁବନେଶ୍ୱର ସାମନ୍ତରାୟପୁର ହନୁମାନ ମନ୍ଦିର ନିକଟରେ କାର୍ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଆଜି ପୋଲିସ ମୃତ ତନୁଜା ଆଇଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ।
ରାଜଧାନୀର ଏହି ଚାଞ୍ଚଲ୍ୟକର ଘଟଣାରେ ମହିଳାଙ୍କ ସ୍ୱାମୀ ଫେରାର ଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତାହାକୁ ଆଧାର କରି ପୋଲିସ କଡା ଛାନ୍ ଭିନ୍ କରିଥିଲା । ପ୍ରଥମେ ହାଇୱା କାରକୁ ଧକ୍କା ଦେବା ପରେ କାର୍ ଭିତରୁ ସ୍ତ୍ରୀକୁ ଛାଡି ପୁଅକୁ ନେଇ ପଳାଇଥିଲା ସ୍ୱାମୀ ସଂଗ୍ରାମ । ଯାହାର ସିସିଟିଭ୍ ଫୁଟେଜ ପୋଲିସ ହାତରେ ଲାଗିବା ପରେ ପରେ ହିଁ ଏବେ କୋଲକାତାରୁ ଧରାପଡିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।
କମିଶନରେଟ୍ ପୋଲିସ ସଂଗ୍ରାମଙ୍କୁ ରିମାଣ୍ଡର ଆଣିଛି । ଏବେ ଏହି ଘଟଣାର ପର୍ଦ୍ଦଫାସ ହେବ ବୋଲି ଜାଣିବାକୁ ମିଳୁଛି ।
ଖବରମୁତାବକ, ଗତ ସୋମବାର ଦିନ ଏକ ସଫାରି କାର୍ ଭିତରୁ ସନ୍ଦେହଜନକ ଭାବରେ ମହିଳାଙ୍କ ମୃତ ଦେହ ସହିତ କିଛି ମାରଣାସ୍ତ୍ର ଜବତ କରାଯାଇଥିଲା ।