ବ୍ର୍ରହ୍ମପୁର (ଏଟିଆର ବ୍ୟୁରୋ) ; ବ୍ରହ୍ମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ବିଶ୍ୱବିଦ୍ୟାଳୟ ମାଣ୍ଡିଆପଲ୍ଲୀ ମଦ ଦୋକାନ ଆଗ ଡ୍ରେନରୁ ଉଦ୍ଧାର ହୋଇଛି ଏକ ମୃତଦେହ । ମୃତକ ଜଣଙ୍କ ହେଲେ ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳର ଫିଲୋମେନୋ ଶବର । ଫିଲୋମେନୋ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆକାଉଣ୍ଟଅଫିସରେ କାମ କରନ୍ତି ।
ଦୀର୍ଘ ଚାରିଦିନ ହେଲା ନିଖୋଜ ଥିଲେ ଫିଲୋମେନା । ଆଜି ସକାଳେ ଡ୍ରେନରୁ ମୃତ ଦେହ ଉଦ୍ଧାର ହେବା ପରେ ଘଟଣାଟି ସନ୍ଦେହଘେରକୁ ଟାଣିନେଇଛି । ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରି ଡ୍ରେନରେ ପକେଇ ଦେଇଛି ଏବେ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।