ଗଞ୍ଜାମ ( ଏଟିଆର ବ୍ୟୁରୋ): ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଉପକାରଗାରରେ । ହୃଦ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ।
ମୃତ କଏଦୀଙ୍କ ନାମ ଡାକ ସାହୁ ବୋଲି ଜଣା ପଡିଛି । ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ବାଦଗୋଡ ଗାଁରେ ବୋଲି ଜଣା ପଡିଛି । ତାଙ୍କୁୁ ବାବୁ ସାହୁ ହତ୍ୟା ଘଟଣାରେ ଗିରଫ କରାଯାଇ ବିଚାରଧୀନ ଭାବେ ଆସିକା ସବଜେଲରେ ରଖା ଯାଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଛି । ପୋଲିସ ଜେଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।