ଭୁବନେଶ୍ୱର ( ଏଟିଆର ): ବରିଷ୍ଠ ବିଜେଡି ନେତା କେନ୍ଦ୍ରାପଡା ପାଟକୁରାର ଦୁଇ ଥରର ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ହୋଇଛି । ଯାହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା । ବେଦ ପ୍ରକାଶଙ୍କ ଦେହାନ୍ତରେ ଆଜି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି। ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟତିଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି।
— Naveen Patnaik (@Naveen_Odisha) April 20, 2019
ସେ ଟ୍ୱିଟ କରି ଲେଖିଛନ୍ତି ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖୀତ । ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଓ ଦୀର୍ଘଦିନ ହେଲା ବିଜୁ ବାବୁଙ୍କ ସେବା କରିଛନ୍ତି । ତାଙ୍କ ପରି ଜଣେ ମାର୍ଗ ଦର୍ଶକଙ୍କୁ ହରାଇବା ବ୍ୟକ୍ତଗତ ଭାବେ ମୋ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ।
ଏହି ଶୋକ ସମୟରେ ସ୍ବର୍ଗୀୟ ବେଦ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ କେନ୍ଦ୍ରାପଡ଼ା ଏବଂ ତାଙ୍କୁ ଭଲପାଉଥିବା ଓ ସମ୍ମାନ ଦେଇଆସିଥିବା ପାଟକୁରାବାସୀଙ୍କ ସହ ମୁଁ ଛିଡ଼ା ହୋଇଛି।
— Naveen Patnaik (@Naveen_Odisha) April 20, 2019
ସେ ବେଦ ପ୍ରକାଶଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହଭଳି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଦ ପ୍ରକାଶଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ବରିଷ୍ଠ ରାଜନେତା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Chowkidar Dharmendra Pradhan (@dpradhanbjp) April 20, 2019
ସେ ଟ୍ୱିଟ କରି ଲେଖିଛନ୍ତି ବରିଷ୍ଠ ରାଜନେତା ବେଦ ପ୍ରକାଶଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ମର୍ମାହତ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି