ଭଞ୍ଜନଗର (ଭବାନୀ ପାଳ ) –ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୂମୁଛାଇ ପଞ୍ଚାୟତର ସରପଞ୍ଚ ତଥା କରୋନା ଯୋଦ୍ଧା ମନୋଜ ପ୍ରଧାନଙ୍କ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗତ ରାତ୍ର ୧୧.୦୦ ଘଣ୍ଟା ସମୟରେ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଶ୍ରୀ ପ୍ରଧାନ ଜ୍ଵରରେ ପୀଡିତ ଥିଲେ । ଦେହ ଅସୁସ୍ଥ ସତ୍ତ୍ୱେ ପଂଚାୟତ ର କାର୍ଯ୍ୟ କରିବା ସହ ସଙ୍ଗରୋଧରେ ଥିବା ପ୍ରବାସୀ ମାନଙ୍କ କଥା ବୁଝୁଥିଲେ । ଗତ ଗୁରୁବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ଅକ୍ସିଜେନ ଦେଇଥିଲେ । ରାତ୍ର ୧୧.୧୫ ମି ସମୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବିଡିଓ ଶଶିଭୂଷଣ ମହାପାତ୍ର, ବେଲଗୁଣ୍ଠା ବ୍ଲକର ବହୁ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ,ତଙ୍କର ବହୁ ସମର୍ଥକ ଡାକ୍ତରଖାନା ରେ ପହଞ୍ଚିଥିଲେ । ତାଙ୍କ ନିକଟରେ କାରୋନା ଲକ୍ଷଣ ହୋଇଥିବାରୁ ତାଙ୍କର ସମର୍ଥକମାନେ ମନୋଜଙ୍କ କରୋନା ପରୀକ୍ଷା କରିବା ପାଇଁ ଦାବି କରିଥିଲେ । ପରେ ପ୍ରଶାସନ ତରଫରୁ ତାଙ୍କର ଆଣ୍ଟିଜେନ ଟେଷ୍ଟ କରଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ପୁଣି ସ୍ଵାବ ସଂଗ୍ରହ କରଯାଇଥିଲା ।
ଗତକାଲି ଭଞ୍ଜନଗର ଠାରେ ଶବ ବ୍ୟବଚ୍ଛେଦ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । କୋଭିଡ ପାଇଁ ଭଞ୍ଜନଗର ଊପଖଣ୍ଡରେ ଅବସ୍ଥାପିତ ଏ.ଡି.ଏମ ବିଶାଳ ସିଂ ,ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ଏସ.ଡି.ଏମ.ଓ ଶୀତାଂଶୁ ଶେଖର ଶତପଥି,ବେଲଗୁଣ୍ଠା ତହସିଲଦାର ସରୋଜ ବେହେରା,ବି.ଡି.ଓ ଶଶିଭୂଷଣ ମହାପାତ୍ର,ଏସ.ଡି.ପି.ଓ ସୁଧାଂଶୁ ଶେଖର ମିଶ୍ର ,ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।