ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗଜାନନ ବେଶରେ ଦର୍ଶନ ଦେବେ ମଣିମା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସଜେଇ ହେଉଛି ବଡଦାଣ୍ଡ । ଦେବସ୍ନାନ ପୂର୍ଣ୍ଣିମାରେ ଉଭୟ ବ୍ୟାରିକେଡ ଓ ବଡଦାଣ୍ଡରୁ ଦର୍ଶନ କରିପାରିବେ ଭକ୍ତ ।
ଦେବସ୍ନାନ ପୂର୍ଣ୍ଣିମାରେ ସହରର ବିଭିନ୍ନ ସ୍ଥାନରେ ୬ଟି ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା । ଏହାସହିତ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।