ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ପୁଅ ଦୀପକ କୁମାର କରଣ । ଇଣ୍ଟରନ୍ୟାସନାଲ ୟୁନିୟନ ଅଫ ଜିଓଡେସି ଓ ଜିଓଫିଜିକ୍ସ ଆୱାର୍ଡ ଆଣି ଓଡିଶାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିଛନ୍ତି । ଖାଲି ଓଡିଶା ପାଇଁ ନୁହେଁ ସାରା ଭାରତ ପାଇଁ ଗୌରବ ଆଣିଛନ୍ତି ଏହି ଯୁବ ପ୍ରତିଭା । ତେବେ ଦୀପକଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଦୀପକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବର୍ତ୍ତମାନ ଦୀପକ ଅହମଦାବାଦରେ ଫିଜିକାଲ ରିସର୍ଚ୍ଚ ଲାବରୋଟୋରିରେ ପୋଷ୍ଟ ଡକ୍ଟୋରାଲ ଫେଲୋରେ କାର୍ଯ୍ୟରତ । ଦୀପକ ରେଭେନ୍ସାରେ ଏମଏସସି ( ଫିଜିକ୍ସ) ସରିବା ପରେ ସମ୍ଭଲପୁରରେ ଏମଫିଲ ଓ ଅହମଦାବାଦରେ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଫିଜିକାଲ ରିସର୍ଚ୍ଚ ଲାବରୋଟୋରିରେ ପିଏଚଡି କରିଥିଲେ ।“investigations Of day time thermospehric wave dynamics over low-latitudes using gound based optical techniques” ସନ୍ଦର୍ପ ପାଇଁ ବେଷ୍ଟ ଥେସିସ ଆୱାର୍ଡ ପାଇଥିଲେ ।