ପୁରୀ,(ଏଟିଆର ବ୍ୟୁରୋ): ହରିଣର ମୃତଦେହ ଉଦ୍ଧାର । ତାଳବଣିଆ ନିକଟରେ ଥିବା ଇନଡୋର ଷ୍ଟାଡିୟମରୁ ବୁଧବାର ସକାଳେ ଏକ ହରିଣର ମୃତଦେହ ଉଦ୍ଧାର କରାଯାଇଛି । ଷ୍ଟାଡିୟମକୁ ପ୍ରତ୍ୟେକ ଦିନ ଆସୁଥିବା ଲୋକେ ଏ ସମ୍ପର୍କରେ ଜାଣିବା ପରେ ବିନ ବିଭାଗକୁ ଖବର ଦେଇଥିଲେ ।
ପରେ ବନବିଭାଗର କର୍ମୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ହରିଣଟି କେଉଁଠୁ ଆସିଲା ଓ କିପରି ତା’ର ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି ନିକଟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣଟି ବାଟବଣା ହୋଇ ପଳାଇ ଆସିଥାଇପାରେ । ଆଉ ଜନବସତି ଆଡକୁ ଆସିବା ପରେ କୁକୁରମାନେ ଆକ୍ରମଣ କରି ହରିଣକୁ ମାରି ଦେଇଥିବା ପ୍ରାଥମିକ ଅନୁମାନ କରୁଛି ବନ ବିଭାଗ ।