ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦିଲ୍ଲୀ ରେ କରୋନା ସଂକ୍ରମଣ ବଢିବା ହେତୁ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି ଏବଂ ନିୟମକୁ କଡ଼ାକଡ଼ି ଭାବେ ପାଳନ ଉପରେ ଧ୍ୟାନ ଦେଲଛନ୍ତି ।ପୂର୍ବରୁ ଯେଉଁସବୁ କଟକଣା କୋହଳ କରାଯାଇଥିଲା ଏବେ ଏଥିରେ ପୁଣି ଥରେ କଟକଣା କରାଯାଇଛି ।
ମାସ୍କ ପିନ୍ଧିବା ନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର ।ପୂର୍ବରୁ ଏଥିପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିିଥିଲା କିନ୍ତୁ ବର୍ତ୍ତମାନ ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ୱାଲ, ଦିଲ୍ଲୀବାସୀଙ୍କୁ ଘରେ ରହି ଛଟ ପର୍ବ ପାଳନ କରିବା ପାଇଁ ଅପିଲ୍ କରିଛନ୍ତି ।
ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ଆୟୋଜନ କରିବା ଉପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସମସ୍ତେ ଚାହାଁନ୍ତି ଛଟ୍ ପୂଜା ବଡ଼ ଧୁମ୍ଧାମ୍ରେ ପାଳନ କରାଯାଉ । ହେଲେ ଏଥିପ୍ରତି ଟିକେ ସତର୍କ ରହିବାକୁ ପଡ଼ିବ । କାରଣ ଯଦି ଜଣେ ସଂକ୍ରମିତ ଛଟ ଘାଟରେ ପୂଜା କରିବ ତେବେ ସେଥିରୁ ସମସ୍ତେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି