ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ସୂଚୀରେ ଦିଲ୍ଲୀ ସବୁଠାରୁ ଉପରେ ରହିଛି ।ଦୁନିଆର ସବୁଠାରୁ ପ୍ରଦୁଷିତ ୫୦ ଟି ସହର ମଧ୍ୟରୁ ଭାରତରେ ରହିଛି ୩୫ ଟି ସହର । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।
ୱାର୍ଲ୍ଡ କ୍ୟାଯିଟାଲ ସିଟି ରାଙ୍କରେ ଦିଲ୍ଲୀ ସବୁଠାରୁ ଉପରେ ରହିଥିବାବେଳେ ଏହାପରେ ଢାକା ଓ ଉଲାନବଟାର ରହିଛି । ରିପୋର୍ଟ ଅନୁସାରେ ୨୦୨୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ୧୫ ପ୍ରତିଶତ ସୁଧାର ଆସିଛି । ଏହି ସୁଧାର ପରେ ମଧ୍ୟ ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ସହର ମଧ୍ୟରେ ୧୦ନମ୍ବର ସ୍ଥାନରେ ରହିଛି ।
ସେହିପରି ଭାରତରେ ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ପରିବହନ,ରନ୍ଧନ,ପାଇଁ ବ୍ୟବହୃତ ହେଇଥିବା ଜାଳେଣି,ଶିଳ୍ପ,ନିର୍ମାଣ,ବର୍ଜ୍ୟବସ୍ତୁ ଓ ନଡା ଜଳାଇବା ଆଦି ସାମିଲ କରାଯାଇଛି । ଦିଳ୍ଲୀରେ ୨୦ ରୁ ୩୦ ପ୍ରତିଶତ ବାୟୁ ପ୍ରଦୁଷଣ ପଞ୍ଜାବରେ ନଡା ଜଳାଇବା କାରଣରୁ ହୋଇଥାଏ ବୋଲି ଅଦୁମାନ କରାଯାଉଛି ।
ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶର ଗାଜିଆବାଦ,ବୁଲନ୍ଦସହର,ଜଲାଲପୁର,ଆଗ୍ରା,ନୋଏଡା ରହିଛି ସେଯିଭଳି ରାଜସ୍ଥାନର ଭିବାଡୀ,ହରିଆଣାର ଫରିଦାବାଦ,ଜୀନ୍ଦ,ହିସାର,ବନ୍ଧବାଡୀ ଆଦି ସହର ରହିଛି । ସେହିପରି ଚାଇନାର ଜିନ୍ଜିଆଙ୍ଗ ସହର ସବୁଠୁ ଅଧିକ ପ୍ରଦୂଷିତ ବୋଲି ଉଲ୍ଲେଖ ରହିଛି।