ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ଭବନ ପରିସରରେ ଏମ୍ଏମ୍ସି ଛାତ୍ରୀଙ୍କୁ ଦୁଷ୍କର୍ମ । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଆଉ ସବୁଠାରୁ ବଡ କଥା ହେଉଛି ରାଷ୍ଟ୍ରପତି ଭବନର କର୍ମଚାରୀଙ୍କ ରହିଛି ଏଥିରେ ସମ୍ପୃକ୍ତି । କୌଣସି ଏକ କାମ ବାହାନାରେ କର୍ମଚାରୀ ସଂପୃକ୍ତ ଛାତ୍ରୀଙ୍କୁ ନିଜ କ୍ୱାଟରକୁ ଡାକି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛିି । ଛାତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତର ନାଁ ନିଶାନ୍ତ ବୋଲି ଜଣାପଡିଛି ।
ପୋଲିସ୍ ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି । ଏଇ ନିକଟରେ ଦିଲ୍ଲୀରେ ଏକ ସାତ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି କଡା ସୁରକ୍ଷା ବଳୟ ଭିତରେ ରହିଥିବା ରାଷ୍ଟ୍ରପତି ଭବନ ଭିତରେ ଏମତି ଘଟଣା କେମତି ଘଟିଲା? ଦିଲ୍ଲୀରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢୁଥିବା ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏହି ଅଭିଯୋଗ ବର୍ତ୍ତମାନ ରାଜଧାନୀରେ ମହିଳା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।