ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜାନୁଆରୀ ୨୬ତାରିଖରେ କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ପତକା ଉଡାଇବା ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଇକବାଲ୍ ସିଂହ ।ଏହି ମାମଲାରେ ଇକବାଲ ସିଂହକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ୱୋଶାଲ ସେଲ ।
ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।ଇକବାଲଙ୍କ ଗିରଫଦାରୀ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହା ପୁର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଚାଷୀ ଗୋଷ୍ଠୀ ନିର୍ଦ୍ଧାରିତ ସମୟ ପୁର୍ବରୁ ଟ୍ରାକ୍ଟର ରାଲି ପାଇଁ ସୀମା ମଧ୍ୟରେ ପ୍ରବେଶ କରିଥିଲେ । ପୋଲିସ ଏହାକୁ ରୋକିବା ପାଇଁ ପ୍ରୟାସ କରିଥିବା ବେଳେ ବ୍ୟାରିକେଡ ଭାଙ୍ଗି ସେଠାରେ ପହଞ୍ଚି ସେଠାରେ ଜୋରଦାର ହଙ୍ଗାମା କରିଥିଲେ ।
ଦିଲ୍ଲୀର ଏକ ଅଦାଲତ ଦୀପ ସିଦ୍ଧୁକୁ ୭ ଦିନିଆ ପୋଲିସ ହାଜତକୁ ପଠାଇଛନ୍ତି। ପୂର୍ବରୁ ଆଉ ଜଣେ ସହଯୋଗୀ ସୁଖଦେବ ସିଂହକୁ ଚଣ୍ଡୀଗଡ଼ରୁ ଗିରଫ କରାଯାଇଥିଲା। ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଲୋକ ଆହତ ହୋଇଥିଲେ। ଶହ ଶହ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ।