ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ଦେଶର ରାଜଧାନୀ ଦିଲ୍ଲୀ ଦିନ କୁ ଦିନ ବଢିବାରେ ଲାଗିଛି ଶୀତ । ଗତକାଲି ରାତିରେ ଦିଲ୍ଲୀରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର କହିବା ଅନୁଯାୟୀ , ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଲେ ହିଁ ଶୀତଦିନ ବୋଲି କୁହାଯାଏ । ଓ ଏଠାରେ ସର୍ବାଧିକ ତାପମାତ୍ରା ୪.୪ ଡିଗ୍ରୀ କମ୍ ରହିଥାଏ ।
ତେବେ ତାପମାତ୍ରା ଖସିବା ସହ ଗତକାଲି ଦିଲ୍ଲୀ ସହର ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୧୧ ରେ ଡିସେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିଲା । ଗତକାଲି ଏଠାରେ ପବନର ବେଗ ବୃଦ୍ଧି ପାଇଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ୧୮ କିମି ବେଗରେ ଥଣ୍ଡା ପବନ ବୋହୁଥିଲା । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି । ୨୦୧୩ ରେ ଡିସେମ୍ବର ୨୩ ରେ ସର୍ବନିମ୍ନ ତାପମାତ୍ରା ୨.୦୪ ଡିଗ୍ରୀର ରେକର୍ଡ କରାଯାଇଥିଲା । ୨୦୧୪ ରେ ଏବଂ ୨୦୧୮ ମଧ୍ୟ ଡିସେମ୍ବର ମାସରେ ୩ ଡିଗ୍ରୀ ତଳେ ରହିଥିଲା । ଡିସେମ୍ବର ଶେଷ ସପ୍ତାହରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।