ବରଗଡ (ଏଟିଆର ବ୍ୟୁରୋ): ଗତକାଲି ଭଳି ଆଜି ମଧ୍ୟ ବରଗଡ ସହର ବନ୍ଦ ରହିିଛି । ସିଟି ହସ୍ପିଟାଲ ଦାବିରେ ବରଗଡ ସହର ବନ୍ଦ ରହିଛି । ଏନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକତା ଏକତା ମଞ୍ଚ । ମଞ୍ଚ ପକ୍ଷରୁ ଆଜି ସକାଳେ ବନ୍ଦ ବଜାର ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହିତ ପିକେଟିଂ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ଗାଡି ମଟରକୁ ମଧ୍ୟ ବନ୍ଦ ରଖାଯାଇଛି । ସୂଚନାଯୋଗ୍ୟ ଗତକାଲି ବନ୍ଦ ପାଳନ କରାଯାଇଥିବା ବେଳେ ଜିଲ୍ଲାପାଳ, ବିଧାୟକ , ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଅଧିକାରୀ ମାନେ ଅନ୍ଦୋଳନକାରୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା ।
ଏହା ପରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କେବଳ ସେତିକି ନୁହେଁ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀଙ୍କ ଉପରକୁ ପଥର ମାଡ କରିଥିବାର ଦେଖିବାକୁ ମିଳିଥିଲା । ବିଜେପି , କଂଗ୍ରେସ ଓ ବିଭିନ୍ନ ସଂଘନ ପକ୍ଷରୁ ଏହି ଆନ୍ଦୋଳନ ଚାଲି ଆସୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଅନ୍ଦୋଳନକାରୀ ସହରର ବିଭିନ୍ନ ରାସ୍ତା ଅବରୋଧ କରିଥିବାର ସୂଚନା ମିଳିଛି ।