ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି ରୂପେ ଗଢିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା । ସେଥିପାଇଁ ପ୍ରଥମେ ଶ୍ରୀମନ୍ଦିରର ୭୫ ମିଟର ଭିତରେ ଥିବା ସମସ୍ତ ଉଠା ଦୋକାନ ଓ ବିଭିନ୍ନ ମଠ ମାନଙ୍କୁ ଉଚ୍ଛେଦ କରାଯାଇଥିଲା । ଏହି ମଠ ମାନଙ୍କ ମଧ୍ୟରେ ଏମାର ମଠ ମଧ୍ୟ ସାମିଲ ଥିଲା । ତେବେ କିଛି ଦିନ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିଲା । ଆଜି ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୁରୀରେ ଅସୁରକ୍ଷିତ ଭାବେ ଥିବା ପାଖାପାଖି ୧୦୦ ରୁ ଅଧିକ ଦୋକାନ ଗୁଡିକ ଉଚ୍ଛେଦ କରାଯାଉଛି ।
ଏହି ଦେକାନ ଘର ଗୁଡିକ ପୌରସଂସ୍ଥା ଅଧିନରେ ଥିବାରୁ ପୌରସଂସ୍ଥାର କାର୍ଯ୍ୟନୀର୍ବାହୀ ଅଧିକାରୀ ବିଜୟ ଦାସ , ଉପଜିଲ୍ଲାପାଳ ଭବଚତାରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟର ତଦାରଖ କରୁଛନ୍ତି । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଉଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।