https://twitter.com/IPR_Odisha/status/1266251382031409157?s=20ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ରହିଥିବାବେଳେ ଢେଙ୍କନାଳରୁ ୯ ,ନୟାଗଡ଼ରୁ ୭ ,ଜଗତସିଂହପୁରରୁ ୧୧, ବଲାଙ୍ଗୀରରୁ ୬ ଗଞ୍ଜାମରୁ ୪, ବାଲେଶ୍ୱରରୁ ୩ ଜଣ, କଟକରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜ , ପୁରୀ, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ନବରଙ୍ଗପୁର ଓ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
Total Positive Cases till 9 am: 1723
Active Cases: 827
New Cases: 6302 cases in Sundergarh
(All in quarantine centres. Maharashtra returnees)02 cases in Bhubaneswar
(In quarantine centre. 1 Maharashtra & 1 Delhi returnees)01 case in Puri
(In quarantine centre. CG returnee)— I & PR Department, Odisha (@IPR_Odisha) May 29, 2020
ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ମହାରାଷ୍ଟ୍ର ରୁ ଫେରିଥିବା ବେଳେ ୩ଜଣ ଗୁଜୁରାଟ,ଜଣେ ଦିଲ୍ଲୀରୁ ଫେରିଛନ୍ତି । ସେହିପରି ୨ଟି ସ୍ଥାନୀୟ ଅଞ୍ଚଳର ହୋଇଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୯ ଜଣ ସଂକ୍ରମିତ ସୁରଟରୁ ଫେରିଥିଲେ । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ, ଜଣେ ଆନ୍ଧ୍ରପ୍ରଦେଶରୁ, ୨ ଜଣ ଗୁଜୁରାଟରୁ, ୨ ଜଣ ତାମିଲନାଡୁରୁ , ଜଣେ ତେଲେଙ୍ଗାନାରୁ, ୨ ଜଣ ମହାରାଷ୍ଟ୍ରରୁ ଫେରିଥିଲେ । ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ୬ ଜଣ ସୁରଟରୁ ଫେରିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଚିହ୍ନଟ ହୋଇଥିବା ୬ ଜଣ ମହାରାଷ୍ଟ୍ରରୁ ଫେରିଥିଲେ ।
03 cases in Cuttack
(All in quarantine centres. 2 WB & 1 Maharashtra returnees)09 cases in in Dhenkanal
(All in quarantine centres. Surat returnees)07 cases in Nayagarh
(All in quarantine centres. 1 WB returnees & 6 Surat returnees)— I & PR Department, Odisha (@IPR_Odisha) May 29, 2020
ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିଲେ । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଛତିଶଗଡରୁ ଫେରିଥିଲେ ।
ସେହିପରି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତ ସୁରଟରୁ ଫେରିଥିଲେ ।
01 case in Sambalpur
(In quarantine centre. Maharashtra returnee)04 cases in Ganjam
(All in quarantine centres. Surat returnees)10 cases in Khurdha
( 8 in quarantine centres. 5 Maharashtra, 3 Gujarat returnees & 2 local contact cases)— I & PR Department, Odisha (@IPR_Odisha) May 29, 2020
ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିଲେ ।ସେହିପରି ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ ଏବଂ ଜଣେ ତାମିଲନାଡୁରୁ ଫେରିଥିଲେ । ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ତାମିଲନାଡୁରୁ ଫେରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଜଣଙ୍କ ସୁରଟରୁ ଫେରିଥିଲେ । କୋରାପୁଟ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ।
06 cases in Bolangir
(All in quarantine centres. Maharastra returnees)11 cases in Jagatsinghpur
(All in quarantine centres. 3 WB, 1 AP, 2 Gujarat, 2 TN & 1 Telengana 2 Maharastra returnees)01 case in Jharsuguda
(In quarantine centre. Maharashtra returnee)— I & PR Department, Odisha (@IPR_Odisha) May 29, 2020